1
ଗୀତସଂହିତା 119:105
ପବିତ୍ର ବାଇବଲ (Re-edited) - (BSI)
ତୁମ୍ଭ ବାକ୍ୟ ମୋʼ ଚରଣ ପାଇଁ ପ୍ରଦୀପ ଓ ମୋʼ ପଥ ପାଇଁ ଆଲୁଅ ଅଟେ।
Compare
Explore ଗୀତସଂହିତା 119:105
2
ଗୀତସଂହିତା 119:11
ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି।
Explore ଗୀତସଂହିତା 119:11
3
ଗୀତସଂହିତା 119:9
ଯୁବା ମନୁଷ୍ୟ କିପ୍ରକାରେ ଆପଣା ପଥ ପରିଷ୍କାର କରିବ? ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ।
Explore ଗୀତସଂହିତା 119:9
4
ଗୀତସଂହିତା 119:2
ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ।
Explore ଗୀତସଂହିତା 119:2
5
ଗୀତସଂହିତା 119:114
ତୁମ୍ଭେ ମୋʼ ଲୁଚିବାର ସ୍ଥାନ ଓ ମୋହର ଢାଲ; ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
Explore ଗୀତସଂହିତା 119:114
6
ଗୀତସଂହିତା 119:34
ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ତୁମ୍ଭର ବ୍ୟବସ୍ଥା ମାନିବି; ଆହୁରି, ମୁଁ ଆପଣା ସର୍ବାନ୍ତଃକରଣରେ ତାହା ପାଳନ କରିବି।
Explore ଗୀତସଂହିତା 119:34
7
ଗୀତସଂହିତା 119:36
ଲୋଭ ପ୍ରତି ନୁହେଁ, ମାତ୍ର ତୁମ୍ଭ ପ୍ରମାଣ-ବାକ୍ୟ ପ୍ରତି ମୋʼ ଚିତ୍ତର ସ୍ନେହ ଜନ୍ମାଅ।
Explore ଗୀତସଂହିତା 119:36
8
ଗୀତସଂହିତା 119:71
ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି, ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋʼ ପକ୍ଷରେ ଭଲ ହେଲା।
Explore ଗୀତସଂହିତା 119:71
9
ଗୀତସଂହିତା 119:50
ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ଵନା; କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି।
Explore ଗୀତସଂହିତା 119:50
10
ଗୀତସଂହିତା 119:35
ତୁମ୍ଭ ଆଜ୍ଞା-ପଥରେ ମୋତେ ଗମନ କରାଅ; କାରଣ ତହିଁରେ ମୁଁ ଆନନ୍ଦ କରେ।
Explore ଗୀତସଂହିତା 119:35
11
ଗୀତସଂହିତା 119:33
ହେ ସଦାପ୍ରଭୋ, ତୁମ୍ଭର ବିଧିରୂପ ପଥ ମୋତେ ଶିଖାଅ; ତହିଁରେ ମୁଁ ଶେଷ ପର୍ଯ୍ୟନ୍ତ ତାହା ପାଳନ କରିବି।
Explore ଗୀତସଂହିତା 119:33
12
ଗୀତସଂହିତା 119:28
ଶୋକ ସକାଶୁ ମୋʼ ପ୍ରାଣ ତରଳି ଯାଏ; ତୁମ୍ଭେ ଆପଣା ବାକ୍ୟାନୁସାରେ ମୋତେ ସବଳ କର।
Explore ଗୀତସଂହିତା 119:28
13
ଗୀତସଂହିତା 119:97
ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ। ତାହା ଦିନଯାକ ମୋହର ଧ୍ୟାନ।
Explore ଗୀତସଂହିତା 119:97
Home
Bible
Plans
Videos