1
ମାର୍କ 9:23
ପବିତ୍ର ବାଇବଲ (Re-edited) - (BSI)
ସେଥିରେ ଯୀଶୁ ତାହାକୁ କହିଲେ, କଅଣ କହିଲ? ଯଦି କରି ପାରନ୍ତି ! ବିଶ୍ଵାସୀ ପକ୍ଷରେ ସମସ୍ତ ହିଁ ସମ୍ଭବ।
Compare
Explore ମାର୍କ 9:23
2
ମାର୍କ 9:24
ସେହିକ୍ଷଣି ପିଲାଟିର ପିତା ଉଚ୍ଚ ସ୍ଵରରେ କହିଲା, ମୁଁ ବିଶ୍ଵାସ କରୁଅଛି, ମୋହର ଅବିଶ୍ଵାସର ପ୍ରତିକାର କରନ୍ତୁ।
Explore ମାର୍କ 9:24
3
ମାର୍କ 9:28-29
ପୁଣି, ସେ ଗୃହକୁ ଆସନ୍ତେ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ? ଯୀଶୁ ସେମାନଙ୍କୁ କହିଲେ, ପ୍ରାର୍ଥନା ବିନା ଆଉ କାହିଁରେ ଏପ୍ରକାର ଭୂତ ଛଡ଼ାଯାଇ ପାରେ ନାହିଁ।
Explore ମାର୍କ 9:28-29
4
ମାର୍କ 9:50
ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ଲବଣତ୍ଵହୀନ ହୁଏ, ତାହାହେଲେ ତାହାକୁ କାହିଁରେ ସ୍ଵାଦଯୁକ୍ତ କରିବ? ତୁମ୍ଭେମାନେ ଆପଣା ଆପଣାଠାରେ ଲବଣ ରଖ ଏବଂ ପରସ୍ପର ସହିତ ଶାନ୍ତିରେ ରୁହ।
Explore ମାର୍କ 9:50
5
ମାର୍କ 9:37
ଯେକେହି ମୋʼ ନାମରେ ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ; ଆଉ, ଯେକେହି ମୋତେ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।
Explore ମାର୍କ 9:37
6
ମାର୍କ 9:41
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯେକେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦେବ, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ।
Explore ମାର୍କ 9:41
7
ମାର୍କ 9:42
ଆଉ, ଯେକେହି ବିଶ୍ଵାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇ ଥାଆନ୍ତା।
Explore ମାର୍କ 9:42
8
ମାର୍କ 9:47
ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ିପକାଅ; ଦୁଇ ଚକ୍ଷୁ ଘେନି ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ
Explore ମାର୍କ 9:47
Home
Bible
Plans
Videos