Лого на YouVersion
Иконка за търсене

ଯୋହନ 2:15-16

ଯୋହନ 2:15-16 OERV

ଯୀଶୁ କେତେ ଖଣ୍ଡ ଦଉଡ଼ିରେ ଗୋଟିଏ ଚାବୁକ ତିଆରି କଲେ। ତା'ପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡ଼ିକୁ ଓ ଗୋରୁଗୁଡ଼ିକୁ ସେଠାରୁ ଜୋର୍ ଜବରଦସ୍ତି ତଡ଼ି ଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ମେଜଗୁଡ଼ିକ ଓଲଟେଇ ଦେଲେ। ତା'ପରେ ଯୀଶୁ କପୋତ ବେପାରୀମାନଙ୍କୁ କହିଲେ, “ଏସବୁ ଜିନିଷ ଗୁଡ଼ିକ ଏଠାରୁ ନେଇଯାଅ। ମୋହର ପିତାଙ୍କ ଗୃହକୁ ଗୋଟିଏ ବାଣିଜ୍ୟ ଗୃହରେ ପରିଣତ କର ନାହିଁ।”