1
ମାର୍କଲିଖିତ ସୁସମାଚାର 14:36
ପବିତ୍ର ବାଇବଲ (CL) NT (BSI)
“ହେ ମୋର ପିତଃ! ତୁମ ପକ୍ଷରେ ସବୁ ସମ୍ଭବ। ଏହି ବ୍ୟଥାର ପାନପାତ୍ର ମୋ’ଠାରୁ ଦୂରେଇ ନିଅ। ତଥାପି ମୋର ନୁହେଁ, ତୁମର ଇଚ୍ଛା ସଫଳ ହେଉ।”
አወዳድር
{{ጥቅስ}} ያስሱ
2
ମାର୍କଲିଖିତ ସୁସମାଚାର 14:38
ଯୀଶୁ ସେମାନଙ୍କୁ ପୁଣି ଥରେ କହିଲେ, “ଜାଗି ରୁହ ଏବଂ ପରୀକ୍ଷାରେ ଯେପରି ନ ପଡ଼, ସେଥିପାଇଁ ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ, କିନ୍ତୁ ଶରୀର ଦୁର୍ବଳ।”
3
ମାର୍କଲିଖିତ ସୁସମାଚାର 14:9
ମୁଁ କହୁଛି, ସାରା ଜଗତରେ ମୋର ସୁସମାଚାର ଯେଉଁଠାରେ ପ୍ରଚାର କରାଯିବ, ଏହି ସ୍ତ୍ରୀ ଲୋକ ଯାହା କରିଛି, ତାକୁ ସ୍ମରଣ କରିବା ପାଇଁ ଏ ସବୁ କୁହାଯାଉଥିବ।”
4
ମାର୍କଲିଖିତ ସୁସମାଚାର 14:34
ଏବଂ ଶିଷ୍ୟମାନଙ୍କୁ କହିଲେ, “ଦୁଃଖରେ ମୋ’ ହୃଦୟ ବିଦୀର୍ଣ୍ଣ ହେଉଛି, ତୁମେ ଏଠାରେ ଜାଗି ରହିଥାଅ।”
5
ମାର୍କଲିଖିତ ସୁସମାଚାର 14:22
ସେମାନେ ଭୋଜନ କରିବା ସମୟରେ ଯୀଶୁ ଖଣ୍ଡିଏ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ତାକୁ ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ନିଅ, ଖାଅ - ଏହା ମୋର ଶରୀର।”
6
ମାର୍କଲିଖିତ ସୁସମାଚାର 14:23-24
ତା’ପରେ ଦ୍ରାକ୍ଷାରସପୂର୍ଣ୍ଣ ପାତ୍ର ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ତାହା ଶିଷ୍ୟମାନଙ୍କୁ ଦେଲେ। ସୋମନେ ସେଥିରୁ ପାନ କଲେ। ଯୀଶୁ କହିଲେ, “ଏହା ମୋର ରକ୍ତ, ମନୁଷ୍ୟର ପାପ କ୍ଷମା ପାଇଁ ମୁଁ ମୋର ଯେଉଁ ରକ୍ତ ଢ଼ାଳି ଦେବାକୁ ଯାଉଛି, ତାହା ଈଶ୍ୱରଙ୍କ ନୂତନ ବିଧାନକୁ ମୁଦ୍ରାଙ୍କିତ କରିବ।
7
ମାର୍କଲିଖିତ ସୁସମାଚାର 14:27
ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ ଛାଡ଼ି ପଳାଇଯିବ। ଏ ବିଷୟରେ ଶାସ୍ତ୍ରରେ ଲେଖାଅଛି, ‘ମୁଁ ମେଷପାଳକକୁ ବଧ କରିବି ଓ ମେଷମାନେ ଛିନ୍ନଭିନ୍ନ ହୋଇଯିବେ।’
8
ମାର୍କଲିଖିତ ସୁସମାଚାର 14:42
ଉଠ, ଯିବା, ଦେଖ, ମୋତେ ଧରାଇଦେବା ଲୋକ ଆସି ପହଞ୍ôଚଗଲାଣି।”
9
ମାର୍କଲିଖିତ ସୁସମାଚାର 14:30
ଯୀଶୁ ପିତରଙ୍କୁ କହିଲେ, “ମୁଁ ତୁମକୁ କହୁଛି, ଆଜି ରାତିରେ କୁକୁଡ଼ା ଦୁଇଥର ଡ଼ାକିବା ପୂର୍ବରୁ ତୁମେ ମୋତେ ତିନି ଥର ଅସ୍ୱୀକାର କରିବ।”
Home
Bible
Plans
Videos