1
ଲୂକ 1:37
ପବିତ୍ର ବାଇବଲ (CL) NT (BSI)
“କାରଣ ଈଶ୍ୱରଙ୍କ ପକ୍ଷରେ କୌଣସି ବିଷୟ ଅସମ୍ଭବ ନୁହେଁ।”
አወዳድር
{{ጥቅስ}} ያስሱ
2
ଲୂକ 1:38
ମରିୟମ କହିଲେ, “ମୁଁ ଈଶ୍ୱରଙ୍କର ଦାସୀ। ଆପଣ କହିବା ଅନୁଯାୟୀ ମୋ’ ପ୍ରତି ଘଟୁ।” ଏହା ପରେ ସ୍ୱର୍ଗଦୂତ ଅନ୍ତର୍ଦ୍ଧାନ ହୋଇଗଲେ।
3
ଲୂକ 1:35
ସ୍ୱର୍ଗଦୂତ ଉତ୍ତର ଦେଲେ, “ପବିତ୍ର ଆତ୍ମା ତୁମ ଉପରେ ଅଧିଷ୍ଠାନ କରିବେ ଓ ଈଶ୍ୱରଙ୍କ ଶକ୍ତି ତୁମକୁ ଆବୃତ କରିବ। ଏହି ପବିତ୍ର ଶିଶୁ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ।
4
ଲୂକ 1:45
“ତୁମେ ଧନ୍ୟା! ଈଶ୍ୱରଙ୍କ ବାର୍ତ୍ତା ସଫଳ ହେବ ବୋଲି ତୁମେ ବିଶ୍ୱାସ କରିପାରୁଛ।”
5
ଲୂକ 1:31-33
ତୁମେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ। ସେ ମହାନ୍ ହେବେ ଓ ପରାତ୍ପର ଈଶ୍ୱରଙ୍କ ପୁତ୍ର ରୂପେ ଖ୍ୟାତ ହେବେ। ପ୍ରଭୁ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ତାଙ୍କୁ ରାଜା କରିବେ ଓ ସେ ଅନନ୍ତକାଳ ପର୍ଯ୍ୟନ୍ତ ଯାକୁବଙ୍କ ବଂଶଧରମାନଙ୍କ ରାଜା ହେବେ; ତାଙ୍କ ରାଜ୍ୟର କେବେ ଅବସାନ ହେବ ନାହିଁ।”
6
ଲୂକ 1:30
ସ୍ୱର୍ଗଦୂତ ତାଙ୍କୁ କହିଲେ, “ଭୟ କର ନାହିଁ, ମରିୟମ, ତୁମେ ଈଶ୍ୱରଙ୍କ ଅନୁଗ୍ରହ ପାତ୍ରୀ।
Home
Bible
Plans
Videos